ଜଳ ପରିଚାଳନା, ଅଂଶଗ୍ରହଣକାରୀ ଜଳସେଚନ ପରିଚାଳନା ଏବଂ ତୃଣମୂଳ ସ୍ତରରେ ସମାନତା ସୁନିଶ୍ଚିତ କରିବାରେ ପାଣି ପଞ୍ଚାୟତର ଅବଦାନକୁ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ଜାନୁଆରୀ ଦ୍ୱିତୀୟ ପକ୍ଷରେ ରାଜ୍ୟର ୧୧୭ଟି ଡିଭିଜନ ଏବଂ ୩୦ଟି ଜିଲ୍ଲାରେ ପାଣି ପଞ୍ଚାୟତ ପାଖା ପାଳନ କରାଯାଉଛି। ଏହି ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପରିବ୍ୟାପ୍ତ ହୁଏ; IEC-SBCC ବିଷୟବସ୍ତୁ ବହନ କରୁଥିବା ରଥଗୁଡ଼ିକ ଉପାନ୍ତ ଅଞ୍ଚଳ ପରିକ୍ରମା କରେ; ବ୍ୟାନର/ବ୍ରୋଶର/ଲୋଗୋ/ସ୍ଲୋଗାନ/ଟ୍ୟାଗଲାଇନ୍/ସଂଗୀତ/ଶପଥ ପରିବ୍ୟାପ୍ତ ହୁଏ; ବିତର୍କ, ପ୍ରବନ୍ଧ, ଚିତ୍ରକଳା, କୁଇଜ୍, ପ୍ରଦର୍ଶନୀ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଏ ଏବଂ ଶ୍ରେଷ୍ଠ ପାଣି ପଞ୍ଚାୟତ ଏବଂ ଚାଷୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଏ।







